ନୂଆବର୍ଷ ପାଇଁ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼

ନନ୍ଦନକାନନରେ ପ୍ରବଳ ଭିଡ଼

ନନ୍ଦନକାନନରେ ପ୍ରବଳ ଭିଡ଼ । ନୂଆବର୍ଷ ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ରାଜ୍ୟର ପ୍ରାୟ ସବୁ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ନିଜ ନିଜର ପରିବାର ସହ ନନ୍ଦନକାନନ ବୁଲି ଆସିଛନ୍ତି । ରବିବାର ଛୁଟିଦିନ ଥିବାରୁ ନନ୍ଦନକାନନରେ ଏପରି ଭିଡ଼ ଦେଖିବାକୁ ମିଳିଛି । ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିବା ସୂଚନା ମିଳିଛି । ସୋମବାର ନୂଆବର୍ଷ ପଡ଼ୁଥିବାରୁ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ନନ୍ଦନକାନନ ପରିସରରେ ଥିବା ବଟାନିକାଲ ଗାର୍ଡେନ୍ରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।