ସେପ୍ଟେମ୍ବର ୩୦ରୁ ଖୋଲିବ ଗୁଣ୍ଡିଚା ମନ୍ଦିର
ଆସନ୍ତା ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର। ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ଶ୍ରୀଜିଉଙ୍କ ଜନ୍ମବେଦୀ ଦର୍ଶନ କରିପାରିବେ ଭକ୍ତ। ଏନେଇ ଆଜି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ପ୍ରଥମ ୩ ଦିନ ମାଗଣାରେ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଏହାପରେ ୧୦ ଟଙ୍କା ଶୁଳ୍କ ଆଦାୟ କରାଯିବ। ସେହିପରି ବରିଷ୍ଠ ନାଗରିକ ଓ ଶିଶୁଙ୍କ ପାଇଁ କୌଣସି ଦେୟ ପଡ଼ିବନି। ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ ମାଗଣା ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି
ମହାପ୍ରଭୁ ଙ୍କ ରତ୍ନଭଣ୍ଡାର ଗଣତିମଣତି ଉପରେ ଆଲୋଚନା ହୋଇଥିଲା । ସେବାୟତ ପିଲାମାନଙ୍କ ଲାଗି ଆଦର୍ଶ ଗୁରୁକୂଳ ଉପରେ ଆଲୋଚନା ହୋଇଛି । ଗୁରୁକୁଳ ର ୧୩୦୦ ମିଟର ବାଉଣ୍ଡ୍ରି ମଧ୍ୟରୁ ୮୦୦ ମିଟର ନିର୍ମାଣ ହୋଇଛି। ଗୁରୁକୁଳ ର ଡିଜାଇନ, ସ୍କୁଲ,ଖେଳପଡିଆ, ହଷ୍ଟେଲ ପାଇଁ ମଧ୍ୟ ଓବିସିସି ସହ ଆଲୋଚନା ହୋଇଛି ନଭେମ୍ବର ମାସରେ ଭୂମି ପୂଜନ କରାଯିବ l ଭୂମିପୂଜନ କାର୍ଯ୍ୟକ୍ରମ ରେ ଆଇନମନ୍ତ୍ରୀ, ଗଜପତି, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତ ରହିବେ ।ସେହିପରି ପ୍ରମୋଦ ଉଦ୍ୟାନ ଉପରେ ଆଲୋଚନା ହୋଇଛି। ଶ୍ରୀଜଗନ୍ନାଥ ସଂସ୍କୃତି କେନ୍ଦ୍ର ଏବଂ ରଘୁନନନ୍ଦନ ଲାଇବ୍ରେରୀ ଉପରେ ଆଲୋଚନା ହେବା ସହ ସେବାୟତ ବାସଗୃହ ଉପରେ ଆଲୋଚନା ବୈଠକ ରେ କରାଯାଇଥିଲା l ସେବାୟତ ବାସଗୃହ ଲାଗି ୩ ଏକର ୨୫ ଡିସିମିଲ୍ ହରଚଣ୍ଡୀ ସାହିରେ ରହିଥିବା ନେଇ ଆଲୋଚନା ହୋଇଛି l ଶ୍ରୀଜଗନ୍ନାଥ ଭୂମି ପରିଚାଳନା ଅଧିନିୟମ ୨୦୨୬ ପାଇଁ ଅନଲାଇନ ପୋର୍ଟାଲ କାମ ଚାଲିଛି ।
