ଏଲଓସି ନିକଟରେ ବଡ଼ ଅଘଟଣ

ଏଲଓସି ନିକଟରେ ଗ୍ରେନେଡ୍ ବିସ୍ଫୋରଣ, JCO ସମେତ ୪ ଗୁରୁତର

ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାରେ ଏଲଓସି ନିକଟରେ ବଡ଼ ଅଘଟଣ । ଭାରତୀୟ ସେନାର ନିତିଦିନିଆ ଗସ୍ତ ବେଳେ ହଠାତ୍ ଗ୍ରେନେଡ ବିସ୍ଫୋରଣ ହୋଇଥିଲା । ଫଳର ଭାରତୀୟ ସେନାର ଏକ ଜୁନିଅର କମିଶନଡ ଅଧିକାରୀ ସମେତ ୪ ଯବାନ ଆହତ ହୋଇଛନ୍ତି ।ସୂଚନା ମୁତାବକ, ରାଜୌରୀ ଜିଲ୍ଲାରେ ନୋଶୌରା ସେକ୍ଟରରେ ଏଲଓସି ନିକଟରେ ନିୟୋଜିତ ଥିବା କୁମାଓଁ ରେଜିମେଣ୍ଟର ଏକ ଦଳ ନିୟମିତ ଯିବା ଆସିବା ଏବଂ ତଦାରଖ ଅଭିଯାନ କରୁଥିଲା । ଏହି ସମୟରେ ଏକ ମଲ୍ଟି ମୋଡ ଗ୍ରେନେଡ ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରେ ଜଣେ JCO ଏବଂ ୩ ଜଣ ଅଧିକାରୀ ଆହତ ହୋଇଛନ୍ତି ।ଆହତ ହେବା ପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ସେନା ଅଧିକାରୀମାନେ ଘଟଣାର କାରଣ ଯାଞ୍ଚ କରୁଛନ୍ତି । ସମସ୍ତ ଆହତ ସୈନିକଙ୍କ ଉପରେ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *