ଟେଲିଗ୍ରାମକୁ ପାଇରେସି ନୋଟିସ
ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମରେ ସିନେମା ଏବଂ OTT ପ୍ଲାଟଫର୍ମରୁ ପାଇରେଟେଡ୍ ବିଷୟବସ୍ତୁ ପ୍ରସାରଣକୁ ନେଇ କେନ୍ଦ୍ର ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ଟେଲିଗ୍ରାମକୁ ଏକ ନୋଟିସ୍ ଜାରି କରିଛନ୍ତି । କପି ରାଇଟ୍ ଉଲ୍ଲଂଘନ କରୁଥିବା ଚ୍ୟାନେଲ ଏବଂ କଣ୍ଟେଣ୍ଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପାଇରେଟେଡ୍ ଚଳଚ୍ଚିତ୍ର ଏବଂ OTT ବିଷୟବସ୍ତୁର ପ୍ରସାରକୁ ରୋକିବା ପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ ଦେଇଛି । ଏଥିସହ ମନ୍ତ୍ରଣାଳୟ ଟେଲିଗ୍ରାମକୁ ୧୫ ଦିନ ମଧ୍ୟରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଛି । ଏହି ରିପୋର୍ଟରେ ନୋଟିସ୍ ପାଇବା ପରଠାରୁ ପାଇରେସି ରୋକିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡିକ ବିସ୍ତୃତ ବିବରଣୀ ରହିବ ।
