୯ ଦିନରେ ୧୭ ହଜାର ୬୦୦ ଟଙ୍କା କମିଲା ସୁନା ଦର
କିଛିଦିନ ଧରି ସୁନା ଦରରେ ଲଗାତାର ହ୍ରାସ ଘଟୁଛି । ବିଶେଷକରି ଦୀପାବଳି ପରଠାରୁ ସୁନା ମୂଲ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ମାତ୍ର ୯ଟି କାରବାର ଦିବସ ମଧ୍ୟରେ ୧୦ ଗ୍ରାମ ସୁନା ପ୍ରାୟ ୧୭ ହଜାର ୬୦୦ ଟଙ୍କା ଶସ୍ତା ହୋଇଛି । ସେହିପରି ଦୀପାବଳି ପରଠାରୁ ୨୪ କ୍ୟାରେଟ୍ ସୁନା ଦର ପ୍ରାୟ ୧୮ ହଜାର ୫୦୦ ଟଙ୍କା କମିଥିବା ଜଣାପଡ଼ିଛି ।ନଭେମ୍ବର ୮ ତାରିଖରେ ଦୀପାବଳି ସମୟରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୪୩ ହଜାର ୫୭୦ ଟଙ୍କା ଥିଲା। ନଭେମ୍ବର ୨୧ ତାରିଖ ସୁଦ୍ଧା ଏହା ହ୍ରାସ ପାଇ ୧ ଲକ୍ଷ ୨୫ ହଜାର ୮୦ ଟଙ୍କାରେ ପହଞ୍ଚିଛି । ଅର୍ଥାତ୍ ଏହି ସମୟ ମଧ୍ୟରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୮ ହଜାର ୪୯୦ ଟଙ୍କା ଶସ୍ତା ହୋଇଛି।
