ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା
ଇସ୍କନକୁ ଗଜପତିଙ୍କ କଡ଼ା ଚିଠି । ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା । ଶାସ୍ତ୍ରୀୟ ନିୟମ ମାନିବାକୁ ପଡ଼ିବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ସମୟରେ ବାରମ୍ବାର ହେଉଥିବା ତିଥି ବିଭ୍ରାଟ ଓ ଶାସ୍ତ୍ରୀୟ ନିୟମର ଉଲ୍ଲଂଘନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏନେଇ ସେ ଇସ୍କନର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଗଭର୍ଣ୍ଣିଂ ବଡି କମିଶନ’ ର ଚେୟାରମ୍ୟାନ୍ ମଧୁସେବିତ ଦାସ ପ୍ରଭୁଙ୍କୁ ଏକ ସ୍ପଷ୍ଟ ଓ କଡ଼ା ଚିଠି ଲେଖିଛନ୍ତି। ବିଶେଷ କରି ଭାରତ ବାହାରେ ଥିବା ଇସ୍କନ ମନ୍ଦିରଗୁଡ଼ିକରେ ବର୍ଷସାରା ବିଭିନ୍ନ ତାରିଖରେ ରଥଯାତ୍ରା କରାଯାଉଥିବାରୁ ଏହା ଉପରେ ଗଜପତି ତୀବ୍ର ଆପତ୍ତି ଉଠାଇଛନ୍ତି ।
