ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ

ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତ୍ୟୁ

ପଶ୍ଚିମବଙ୍ଗର ପୂର୍ବତନ ଉପବାଚସ୍ପତି ତଥା ଟିଏମସିର ବରିଷ୍ଠ ନେତା ଆଶିଷ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଅଗଷ୍ଟ ୧୬ ସକାଳ ସମୟରେ ତାଙ୍କ ଘର ନିକଟ ପାର୍ଟି ଅଫିସରେ ତାଙ୍କ ମୃତଦେହ ମିଳିଛି । ବୀରଭୂମ ଜିଲ୍ଲାର ରାମପୁରହାଟସ୍ଥିତ ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ମାମଲାର ଯାଞ୍ଚ ଆରମ୍ଭ କରିଛି ।ପୋଲିସ ଅନୁସାରେ, ରାମପୁରହାଟ ପୌରାଞ୍ଚଳର ୱାର୍ଡ ନମ୍ବର ୫ ଅନ୍ତର୍ଗତ ହତାତଲାପଡ଼ାରେ ଥିବା ତାଙ୍କ ଘର ନିକଟ ପାର୍ଟି ଅଫିସରେ ଆଶିଷ ବାନାର୍ଜୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଘଟଣା ଜଣାପଡିବା ପରେ ବହୁ ସଂଖ୍ୟାରେ ଟିଏମସି କର୍ମୀ ଓ ସ୍ଥାନୀୟ ଲୋକ ତାଙ୍କ କାର୍ଯ୍ୟାଳୟ ବାହାରେ ଏକାଠି ହୋଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ପୋଲିସ ମୃତଦେହକୁ ଜବତ କରିବା ସହ ମୃତ୍ୟୁର ପ୍ରକୃତ କାରଣ ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ଅନ୍ୟପଟେ ଆଶିଷ ବାନାର୍ଜୀଙ୍କ ପାର୍ଟି କାର୍ଯ୍ୟାଳୟରୁ ଏକ ଚିଠି ମିଳିଛି । ତେବେ ଏହି ଚିଠିରେ କ’ଣ ଲେଖାଯାଇଛି ତାହା ଏଯାଏଁ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *