ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା, ମାଦକ ଦ୍ରବ୍ୟ ଉପରେ କଟକଣା

ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ

ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାର୍ଯ୍ୟାବଳୀ ଲାଗୁ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା। ଶୁକ୍ରବାର ଥିବାରୁ କିଛି କର୍ମଚାରୀ ହସ୍ତତନ୍ତ ପୋଷାକ ପିନ୍ଧିଛନ୍ତି ।ପାନ, ଗୁଟ୍‌ଖା, ମାଦକ ଦ୍ରବ୍ୟ ଉପରେ କଟକଣା ଲାଗିଛି। ସିସିଟିଭି ଲାଗିବ, ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।ଜାନୁଆରୀ ୩୧ ସୁଦ୍ଧା ନିଜ ସଂପତ୍ତି ତାଲିକା ଦାଖଲ କରିବେ।ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ କହିଛନ୍ତି, ପ୍ରାରମ୍ଭିକ ପର୍ଯ୍ୟାୟରେ ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଲାଗୁ ହେବ ମାର୍ଗଦର୍ଶିକା। ପରେ ଶ୍ରୀମନ୍ଦିର ଭିତରେ କଡ଼ାକଡ଼ି ମାର୍ଗ ଦର୍ଶିକା ଲାଗୁ ହେବ। ଶ୍ରୀମନ୍ଦିର ଭିତରେ ମୋବାଇଲ ବ୍ୟବହାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଅଧିକୃତ ବ୍ୟକ୍ତିଙ୍କ ସମେତ ଅନ୍ୟ କୌଣସି ବ୍ୟକ୍ତି ଶ୍ରୀମନ୍ଦିରକୁ ମୋବାଇଲ ନେବେ ନାହିଁ। ସେବାୟତଙ୍କୁ କିପ୍ୟାଡ୍ ଫୋନ୍ ନେଇପାରିବେ । ସେହିପରି ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି କାର୍ଯ୍ୟାଳୟ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହା ଲାଗୁ ହେବ ନାହିଁ। ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ତଥା କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା ଉତ୍ତରଦାୟୀ କରିବାକୁ ଏହି ପରାମର୍ଶ ତଥା ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ କହିଛନ୍ତି।

Leave a Reply

Your email address will not be published. Required fields are marked *