ଗଞ୍ଜାମ ଓ ଗଜପତିରେ ହୋଇଛି ବ୍ୟାପକ କ୍ଷୟକ୍ଷତି
ଗଞ୍ଜାମ ଓ ଗଜପତିରେ ବ୍ୟାପକ କ୍ଷୟକ୍ଷତି । ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଓ ଗଜପତିରେ ହୋଇଥିବା କ୍ଷୟକ୍ଷତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଫସଲ କ୍ଷତି ହୋଇଛି । ବାତ୍ୟା ଅର୍ଣ୍ଣବ ମୁକାବିଲା ପାଇଁ ପୂର୍ବରୁ ପ୍ରସ୍ତୁତି କରିଥିଲୁ ।ବାତ୍ୟା ପ୍ରଭାବରେ ମାଲକାନଗିରିରେ ଅଧିକ କ୍ଷତି ହେବ ବୋଲି ଭାବିଥିଲୁ । ହେଲେ ବାତ୍ୟା ପ୍ରଭାବରେ ବର୍ଷା ଓ ବନ୍ୟା ଗଂଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଶ୍ୟକୀୟ ସ୍ଥଳରେ ହେଲିକ୍ୟାପ୍ଟରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି କହିଛନ୍ତି ମୋହନ ମାଝୀ ।
