ଭିଜିଲାନ୍ସ ପରେ ଘାଣ୍ଟିବ ଇଡି

କୋଟିପତି ଯନ୍ତ୍ରୀଙ୍କୁ ସମନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭିଜିଲାନ୍ସ ପରେ ଘାଣ୍ଟିବ ଇଡି । ଭିଜିଲାନ୍ସ ଜାଲରେ ପଡ଼ିଥିବା ଯନ୍ତ୍ରୀଙ୍କୁ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ପୋତା ଧନର ରହସ୍ୟ ଖୋଳି ବାହାର କରାଯିବ । କୋଟି କୋଟି ଟଙ୍କା ସମ୍ପତି ଠୁଳର ରହସ୍ୟ ଖୋଜି ବାହାର କରିବ । ୪ ମାସ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ସମସ୍ତ ଯନ୍ତ୍ରୀଙ୍କ ତଥ୍ୟ ଇଡିକୁ ଦେଲା ରାଜ୍ୟ ଭିଜିଲାନ୍ସ । ଖୁବ ଶୀଘ୍ର କୋଟିପତି ଯନ୍ତ୍ରୀଙ୍କୁ ସମନ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 

ଦୁର୍ନୀତିଖୋର ସରକାରୀ ବାବୁଙ୍କ ଘରେ ପଶି ଚଢ଼ାଉ କରିଥିଲା ଭିଜିଲାନ୍ସ । ଏବେ ସେହି ଯନ୍ତ୍ରୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଶି ଅଧିକ ଖୋଳତାଡ଼ କରିବ । ଜୁନ୍ ୧୨ରୁ ଅକ୍ଟୋବର ୨୬ ମଧ୍ୟରେ ୧୨୩ଜଣଙ୍କ ବିରୋଧରେ ୮୮ଟି ଅପରାଧିକ ମାମଲା ରୁଜୁ ହୋଇଛି । ଏମାନଙ୍କ ଭିତରେ ଅଛନ୍ତି ୨୪ଜଣ କ୍ଲାସ ୱାନ ଅଫିସର, ୧୨ଜଣ କ୍ଲାସ ଟୁ ଅଫିସର, ୫୪ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ରହିଛନ୍ତି । ଏହାସହ ୭ଜଣ ଅନ୍ୟାନ୍ୟ ସରକାରୀ କର୍ମଚାରୀ ରହିଥିବା ବେଳେ ଅନ୍ୟ ୨୬ଜଣଙ୍କ ବିରୋଧରେ ବି ମାମଲା ହୋଇଛି । 

Leave a Reply

Your email address will not be published. Required fields are marked *