ଚିଟଫଣ୍ଡ ମାମଲାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଚିଟଫଣ୍ଡ ମାମଲାରେ ବ୍ରହ୍ମପୁରରେ ଇଡି ରେଡ୍

ବ୍ରହ୍ମପୁରରେ ଇଡି ରେଡ୍ । ଚିଟଫଣ୍ଡ ମାମଲାରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଯୋଧ୍ୟା ନଗରରେ ଥିବା ଗ୍ରୀନ ଇଣ୍ଡିଆ ନାମକ ଚିଟଫଣ୍ଡ ସଂସ୍ଥା ମାଲିକ ପ୍ରଦୀପ ସିଂଙ୍କ ବାସଭବନରେ ଚଢ଼ାଉ ହୋଇଛି । ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । ପରେ ପ୍ରଦୀପ ସିଂ ଓ ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ପରେ ସମସ୍ତ ମାମଲାର ତଦନ୍ତ ସିବିଆଇ କରିଥିଲା ।