ନିଶା ମୁକ୍ତ ଯୁବ ଅଭିଯାନରେ ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

ପ୍ରଧାନମନ୍ତ୍ରୀ ମୋଦିଙ୍କ ନିଶା ମୁକ୍ତ ଯୁବ ଅଭିଯାନ ଆରମ୍ଭ, ସାମିଲ ହେବେ ୧ କୋଟିରୁ ଅଧିକ ଯୁବକ

ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଜି ନିଶାମୁକ୍ତ ଯୁବ ଅଭିଯାନ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶ୍ବର ୨୮ ହଜାରରୁ ଅଧିକ ସ୍ଥାନରୁ ୧କୋଟିରୁ ଅଧିକ ଯୁବକ ସାମିଲ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ସାରା ଦେଶରେ ଯୁବପିଢିମାନେ ଏକ ନିଶାମୁକ୍ତ ଭାରତ ଗଠନ କରିବାକୁ ଏକ ପ୍ରତିଜ୍ଞା ନେବେ ।ଏହି ଅଭିଯାନ କାର୍ଯ୍ୟକ୍ରମରେ ପୂଜ୍ୟ ଆମ୍ମା, ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର, ପୂଜ୍ୟ ଦାଜୀ, ଡକ୍ଟର ଚିନ୍ମୟ ପାଣ୍ଡ୍ୟା ଏବଂ ସ୍ୱାମୀ ବ୍ରହ୍ମବିହାରୀଜୀଙ୍କ ସମେତ ପାଞ୍ଚ ଜଣ ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ସାମିଲ ହୋଇଛନ୍ତି । ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ଉପସ୍ଥିତ ରହିଛନ୍ତି । ଏହି ଅଭିଯାନ ୧୨୫ରୁ ଅଧିକ ଆଧ୍ୟାତ୍ମିକ ସଂଗଠନ, ସ୍କୁଲ ଏବଂ କଲେଜ, ପ୍ରତିଷ୍ଠାନ, ସାର୍ବଜନୀନ ସଂଗଠନ ଏବଂ ଶିଳ୍ପ ସଂଘ ସହିତ ମିଳିତ ଭାବରେ ଆୟୋଜିତ ହେଉଛି । ବ୍ରହ୍ମାକୁମାରୀ, ଇସ୍କନ, ଚିନ୍ମୟ ମିଶନ ଏବଂ ଅରୋଭିଲର ବରିଷ୍ଠ ପ୍ରତିନିଧିମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରୁଛନ୍ତି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏହି ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି ଯେ,ନିଶାମୁକ୍ତ ଯୁବପିଢିଙ୍କ ପାଇଁ ବିକଶିତ ଭାରତ ସଂକଳ୍ପ ଅଭିଯାନର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଡ୍ରଗ୍ସ ନିଶାରୁ ଦୂରେଇ ରଖିବା ଏବଂ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରେରଣା ଦେବା । ଏହା ୧୦୦ ସପ୍ତାହ ଧରି ଚାଲିଥିବା ଦେଶବ୍ୟାପୀ ଜନଭାଗୀଦାରୀ ଅଭିଯାନର ଆରମ୍ଭ ହେବ । ଯେଉଁଥିରେ ପ୍ରତି ରବିବାର ସଚେତନତା ପ୍ରସାର କରିବା ଏବଂ ଏହି ଉଦ୍ଦେଶ୍ୟ ପାଇଁ ସମାଜକୁ ଏକାଠି କରିବା ପାଇଁ ଏହି କାର୍ଯ୍ୟ କରାଯିବ । ଏଥିରେ ୧୦,୦୦୦ରୁ ଅଧିକ ସ୍ଥାନର ଯୁବକ ସାମିଲ ହେବା ସହ MYBharat ଏବଂ NSS ସ୍ୱେଚ୍ଛାସେବକ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ଯୁବ କ୍ଲବ୍, NGO ଏବଂ ଆଧ୍ୟାତ୍ମିକ ସଂଗଠନ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ ।

Leave a Reply

Your email address will not be published. Required fields are marked *