ହୀରାକୁଦର ୧୦ଟି ଗେଟ ଦେଇ ଜଳ ନିଷ୍କାସନ
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୦ ଗେଟ । ଗତକାଲି ସକାଳେ ପ୍ରଥମ ପର୍ଯ୍ୟାୟରେ ୪ଟି ଗେଟ୍ ଖୋଲା ଯାଇଥିଲା । ନିର୍ଦ୍ଦେଶ ଆସିବା ପରେ ଆଉ ୬ଟି ଗେଟ୍ ଖୋଲିଛି । ଏବେ ବାମ ପାର୍ଶ୍ବର ୭ଟି ଗେଟ୍ ଓ ଡାହାଣ ପାର୍ଶର ୩ଟି ଗେଟ୍ ମୋଟ୍ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଉଛି ।ସେପଟେ ଜିଲ୍ଲାର ଅନେକ ସ୍ଥାନ ମହାନଦୀ କୂଳରେ ଥିବାରୁ ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ ତତ୍ପର ରହିଛି । ଏନେଇ ସମସ୍ତଙ୍କୁ ସତର୍କ କରାଯାଇଥିବା ବେଳେ ଜିଲ୍ଲାପାଳ ମାନେ ସତର୍କ ଅଛନ୍ତି । ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜଲ୍ଲାପାଳ ନିଜ ନିଜ ଜିଲ୍ଲାରେ ତଳିଆ ଅଂଚଳ ଗୁ଼ଡିକରେ ସତର୍କ କରାଉଛନ୍ତି ।
