୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ

ଭିଜିଲାନ୍ସ ଜାଲରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ

ଭିଜିଲାନ୍ସ ଜାଲରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ବିପ୍ଲବ ସାମନ୍ତରାୟ ଗିରଫ । ୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ଏକାଧିକ ଏନଜିଓ ଠାରୁ ଫୋନ୍ ପେ ମାଧ୍ୟମରେ ଟଙ୍କା ନେଇଛନ୍ତି ବିପ୍ଳବ । ଏପରିକି ପରିବାର ସଦସ୍ୟ ଓ ଅନ୍ୟ ସମ୍ପର୍କୀୟଙ୍କ ଫୋନ ପେ ମାଧ୍ୟମରେ ଟଙ୍କା ନେଇଛନ୍ତି । ସାମାଜିକ ସୁରକ୍ଷା ସ୍କିମ୍ ରେ ଅର୍ଥ କରାଇଦେବାକୁ ଲାଞ୍ଚ ନେଉଥିଲେ । ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ କରୁଛି ଭିଜିଲାନ୍ସ । ଏପର୍ଯ୍ୟନ୍ତ ଭୁବନେଶ୍ବରରେ ୧୦ ଟି ପ୍ଲଟ ଠାବ ହୋଇଛି । ଏହାସହ ୩ ହଜାର ସ୍କୋୟାର ଫୁଟର ୩ ମହଲା ଘର ରହିଛି । ଏହାସହ ମଦନପୁରରେ ଏକମହଲା ଘର ଓ ୩ ଏକର ଜମିରେ ଫାର୍ମହାଉସ ରହିଛି ।

Leave a Reply

Your email address will not be published. Required fields are marked *