ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଦାବି
ବଢିଲା ଖଣି ଆଇନକୁ ବିରୋଧ । ନୂଆ ଖଣି ଆଇନକୁ ‘କଳା ଆଇନ’ କହିଲା କଂଗ୍ରେସ। ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ଦାବି। କେନ୍ଦ୍ର ସରକାରଙ୍କ ନୂଆ ଖଣି ଓ ଖଣିଜ ସଂଶୋଧନ ଆଇନ ବା MMDR-2026କୁ ନେଇ ଓଡ଼ିଶାରେ ରାଜନୈତିକ ବିରୋଧ ତେଜିଛି। ଏହି ଆଇନକୁ ‘କଳା ଆଇନ’ ବୋଲି ଅଭିହିତ କରି ରାଜ୍ୟ କଂଗ୍ରେସ ବିଧାୟକ ଦଳ ବିଧାନସଭାର ଦୁଇଦିନିଆ ସ୍ୱତନ୍ତ୍ର ଅଧିବେଶନ ତୁରନ୍ତ ଡାକିବାକୁ ଦାବି କରିଛି।ଏନେଇ କଂଗ୍ରେସ ବିଧାୟକ ଦଳ ପକ୍ଷରୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ନିକଟରେ ସ୍ମାରକପତ୍ର ଦାଖଲ କରାଯାଇଛି। ଗତକାଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ନୂଆ ଆଇନ ସଂଘୀୟ ବ୍ୟବସ୍ଥାର ମୂଳ ଭିତ୍ତିକୁ ଆଘାତ କରୁଥିବା ଅଭିଯୋଗ କରିଛନ୍ତି। କଂଗ୍ରେସର ଅଭିଯୋଗ ନୂଆ ଆଇନ ରାଜ୍ୟର ଖଣିଜ ସମ୍ପଦ ଉପରେ ଥିବା ଅଧିକାର ଓ ଆର୍ଥିକ ସ୍ୱାୟତ୍ତତାକୁ ସଙ୍କୁଚିତ କରିବ।
