ସରକାରୀ କର୍ମଚାରୀଙ୍କ ପାଇଁ ୨ ଦିନ ୱାର୍କ ଫ୍ରମ ହୋମ୍ ନିର୍ଦ୍ଦେଶ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଦିଲ୍ଲୀରେ ଆଗମୀ ଦୁଇଦିନ ଯାଏଁ ସରକାରୀ ଅଫିସରେ ୱାର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ୱାର୍କ ଫ୍ରମ ହୋମ ନିୟମର ଆରମ୍ଭ ନିଜ ଅଫିସରୁ ଲାଗୁ କରାଯିବ । ସରକାରୀ ଅଫିସର ଏବଂ ମନ୍ତ୍ରୀଙ୍କ କାରକେଡରେ ଗାଡ଼ି ସଂଖ୍ୟା ହ୍ରାସ କରାଯାଇଛି । ଅଫିସରମାନଙ୍କୁ ପେଟ୍ରୋଲ ପାଇଁ ଅର୍ଥ ଦିଆଯାଉଥିଲା, ସେଥିରେ ୨୦ ପ୍ରତିଶତ କମ୍ କରାଯାଇଛି । ଯେଉଁମାନଙ୍କୁ ୨୦୦ ରୁ ୨୫୦ ଲିଟର ପେଟ୍ରୋଲ ଡିଜେଲ ପ୍ରତି ମାସରେ ଦିଆଯାଉଥିଲା, ତାହା ମଧ୍ୟ ହ୍ରାସ କରାଯିବ । ଗୋଟିଏ ଦିନ ନୋ ଭେଇକିଲ୍ ଡେ ପାଳନ କରିବୁ ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁ ଅଧିକାରୀଙ୍କୁ ଗାଡି ପାଇଁ ଭତ୍ତା ମିଳୁଥିଲା, ଯଦି ସେମାନେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତି, ତେବେ ୧୦% ଇନକ୍ରିମେଣ୍ଟ ମିଳିବ । ବସ୍ ର ରୁଟ୍ ନିର୍ଦ୍ଧାରିତ କରାଯିବ, ଆଉ ଅଧିକରୁ ଅଧିକ ଲୋକ ଏହାକୁ ବ୍ୟବହାର କରିପାରିବେ । ୫୦ ପ୍ରତିଶତ ମିଟିଂ ଭର୍ଚୁଆଲ୍ କରିବା ପାଇଁ ଚେଷ୍ଟା କରାଯିବ ।ମୁଖ୍ୟମନ୍ତ୍ରୀ କୋର୍ଟକୁ କହିଛନ୍ତି, ଅଧିକାଂଶ ଶୁଣାଣି ଭର୍ଚୁଆଲ କରିବାକୁ ଚେଷ୍ଟା କରାଯାଉ । ସୋମବାର ଦିନ ସମସ୍ତ ଲୋକ ମେଟ୍ରୋର ବ୍ୟବହାର କରନ୍ତୁ । ଆଗାମୀ ୩ ମାସ ଯାଏଁ ଆମେ କୌଣସି ବଡ଼ ଇଭେଣ୍ଟ କରିବା ନାହିଁ । ଦିଲ୍ଲୀ ପାଇଁ ବିଶେଷ ଟ୍ରାଭେଳ ପ୍ଲାନ ପ୍ରସ୍ତୁତ କରାଯାଉ, ଯେଉଁଥିରେ ପର୍ଯ୍ୟଟକଙ୍କୁ କୌଣସି ସମସ୍ୟା ନ ଉପୁଜୁ ।
