ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ଧର୍ମ ମାସ କାର୍ତ୍ତିକରେ ପଞ୍ଚୁକ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିରରେ ଆଜି ଗରୁଡ ଉତ୍ଥାପନ ଦ୍ବାଦଶୀ ନୀତି ସହ ତ୍ରୟୋଦଶୀ ତିଥିରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଡାଳିକିଆ ବେଶ ତଥା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଶ୍ରୀଜିଉଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ତେଣୁ ଭକ୍ତ, ଶ୍ରଦ୍ଧାଳୁଙ୍କ ଶା ହବିଷ୍ୟାର୍ଥିମାନେ ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ସହ ସାନିଧ୍ୟ ଲାଭ କରିବେ। ଆଶ୍ବିନ ଶୁକ୍ଲ ଏକାଦଶୀ ତିଥିରୁ କାର୍ତ୍ତିକ ଶୁକ୍ଲ ଦଶମୀ ତିଥି ପର୍ଯ୍ୟନ୍ତ ହାବିଷ୍ୟାର୍ଥିମାନେ ଶ୍ରୀମନ୍ଦିରରେ ରାଧାଦାମୋଦର ବେଶରେ ଶ୍ରୀଜିଉଙ୍କ ଦର୍ଶନ ପାଇଥିଲେ। ଏବେ ପଞ୍ଚୁକ ଅବସରରେ ଲକ୍ଷ୍ମୀ ନାରାୟଣ ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି।
