ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ସକାଳ ୫ଟା ୩୦ରେ ଗଭୀର ଅବପାତ ନେଲା ବାତ୍ୟାର ରୂପ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ଆସନ୍ତାକାଲି ଅତି ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା ‘ଅର୍ଣ୍ଣବ’ । ୨୮ ତାରିଖରେ ବାପଟ୍ଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ୍ ସମ୍ଭାବନା । ଗୋପାଳପୁରଠାରୁ ୩୦୦ କିମି ଦୂରରେ ମାଡ଼ ହେବ ବାତ୍ୟା ‘ଅର୍ଣ୍ଣବ’! । ବାତ୍ୟାର ଗତିପଥ ଓ ତୀବ୍ରତାରେ ପରିବର୍ତ୍ତନ ହେଲେ ଓଡ଼ିଶା ଉପରେ ଏହାର ପ୍ରଭାବର ଆକଳନ ମଧ୍ୟ ବଦଳିପାରେ । ଓଡ଼ିଶାରେ ସିଧାସଳଖ ମାଡ଼ ହେବନି ବାତ୍ୟା, କିନ୍ତୁ ପଡ଼ିବ ପ୍ରଭାବ ।
ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଅଗ୍ରସର ହେଉଛି । ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅର୍ଣ୍ଣବ’ ଆସନ୍ତା ୨୮ ତାରିଖରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ସଦ୍ୟତମ ପୂର୍ବାନୁମାନ ଅନୁସାରେ ବାପଟଲାରୁ ବିଶାଖାପାଟଣା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଲ୍ୟାଣ୍ଡଫଲ୍ ସ୍ଥାନ ଓଡ଼ିଶାର ଗୋପାଳପୁରଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିବ ବୋଲି ଆକଳନ କରାଯାଉଛି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଝଟକା ପବନ ବହିବାର ଆଶଙ୍କା ରହିଛି ।
