ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ରାଷ୍ଟ୍ରପତି
ଓଡ଼ିଶାରେ ବାତ୍ୟା ପ୍ରଭାବ ଓ ବନ୍ୟାସ୍ଥିତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ବୁଝିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ଟେଲିଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା । ପ୍ରଭାବିତ ଓ ସ୍ଥାନାନ୍ତରିତ ଲୋକଙ୍କ ସଂପର୍କରେ ପଚାରି ବୁଝିଲେ ରାଷ୍ଟ୍ରପତି । ଏଥିସହ ପ୍ରଭାବିତ ଜିଲ୍ଲାଗୁଡ଼ିକର ସ୍ଥିତି, ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ତାଙ୍କୁ ବିସ୍ତୃତ ଭାବେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କଠିନ ସମୟରେ ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ମନରେ ଗଭୀର ଚିନ୍ତା ଏବଂ ସମସ୍ତ ସହଯୋଗର ଆଶ୍ୱାସନା ଆମ ମନୋବଳକୁ ବହୁଗୁଣିତ କରିଛି ବୋଲି ପ୍ରକାଶ କରିଛନ୍ତି ସିଏମ୍ ।
