ରାଜଧାନୀରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ବଡ଼ ନେଟୱର୍କ

କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ, ୪ ଗିରଫ

ରାଜଧାନୀରେ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣର ବଡ଼ ନେଟୱର୍କ । କ୍ରାଇମବ୍ରାଞ୍ଚ ଏସଟିଏଫର ଚଢ଼ାଉ । ଚଢ଼ାଉ ବେଳେ ସିଣ୍ଡିକେଟର କିଙ୍ଗପିନ୍ ଓ ସେକେଣ୍ଡ ଇନ୍ କମାଣ୍ଡଙ୍କ ସମେତ ୪ ଜଣ ଗିରଫ । ବଡ଼ଗଡ଼ ଥାନା ପାଣ୍ଡବ ନଗରର ଏକ ଭଡ଼ାଘରକୁ ଗୋଦାମ କରି ସେଠାରୁ କେରଳ, ବେଙ୍ଗାଳୁରୁ ସମେତ ବିଭିନ୍ନ ରାଜ୍ୟକୁ ବିପୁଳ ଗଞ୍ଜେଇ ଚାଲାଣ କରାଯାଉଥିଲା । ଚଢ଼ାଉ ବେଳେ ୨୫ଟି ପ୍ୟାକେଟ ଗଞ୍ଜେଇ ସହ ୪ଟି ମୋବାଇଲ୍ ଜବତ କରିଛି ଏସଟିଏଫ୍ ।କେରଳର ମହମ୍ମଦ ଆସିଫ ସିଣ୍ଡିକେଟର କିଙ୍ଗପିନ୍ । ସୁଭ୍ରାଂଶୁ ଶେଖର ପଣ୍ଡା ଓରଫ ବାବ୍ଲୁ ଗୋଦାମ ପରିଚାଳନା ସହ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ପଠାଇବା ଦାୟିତ୍ୱରେ ଥିଲେ। କନ୍ଧମାଳର ଚନ୍ଦନ ଦିଗାଲ ଓ ରଶ୍ମି ରଞ୍ଜନ ଦିଗାଲ ସିଣ୍ଡିକେଟକୁ ସ୍ଥାନୀୟ ସ୍ତରରେ ଗଞ୍ଜେଇ ଯୋଗାଇ ଆସୁଥିବା ଏସଟିଏଫ୍ କହିଛି । ଚାରି ଅଭିଯୁକ୍ତଙ୍କ ବିରୋଧରେ NDPS ଆଇନରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ସିଣ୍ଡିକେଟର ଅନ୍ୟ ସଦସ୍ୟ ଓ ଆର୍ଥିକ କାରବାରର ଲିଙ୍କ୍ ଖୋଜିବାକୁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *