ନାମାଙ୍କନ ଭରିଲେ ସିପି ରାଧାକ୍ରିଷ୍ଣନ, ପ୍ରଥମ ପ୍ରସ୍ତାବକ ରହିଲେ ମୋଦି
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ପ୍ରସ୍ତାବକ ହୋଇଛନ୍ତି । ଏନଡିଏ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସିପି ରାଧାକ୍ରିଷ୍ଣନ୍।
ତାମିଲନାଡୁ ବାସୀ ସିପି ରାଧାକ୍ରିଷ୍ଣନ ଦୁଇଥର କୋୟମ୍ବାଟୁରର ସାଂସଦ ରହିଛନ୍ତି । ଭାରତୀୟ ଜନତା ପାର୍ଟିରେ ବହୁତ ଦିନରୁ ସକ୍ରିୟ ରହିଛନ୍ତି । ବର୍ତ୍ତମାନ ସେ ମହାରାଷ୍ଟ୍ରର ରାଜ୍ୟପାଳ ରହିଛନ୍ତି । ବି. ସୁଦର୍ଶନ ରେଡ୍ଡୀଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ଇଣ୍ଡିଆ ମେଣ୍ଟ । ୧୯୪୭ ଜୁଲାଇ ୮ ତାରିଖରେ ସୁଦର୍ଶନଙ୍କ ଜନ୍ମ । ସୁଦର୍ଶନ ଓସମାନିଆ ବିଶ୍ୱବିଦ୍ୟାଳୟର ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି । ୧୯୯୫ ମେ ୨ ତାରିଖରେ ଆନ୍ଧ୍ର ହାଇକୋର୍ଟର ସ୍ଥାୟୀ ବିଚାରପତି ଥିଲେ ସୁଦର୍ଶନ ।
