ସିପି ରାଧାକ୍ରିଷ୍ଣନ ହେଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ
ସିପି ରାଧାକ୍ରିଷ୍ଣନ ହେଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ । ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କ ନାଁରେ ମୋହର ମାରିଲା ବିଜେପି। ନୂଆଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକରେ ରାଧାକ୍ରିଷ୍ଣନଙ୍କ ନାଁରେ ମୋହର ମାରିଛି । ଏନେଇ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଘୋଷଣା କରିଛନ୍ତି । ତାମିଲନାଡୁର ତିରୁପୁରରେ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । କୋଏମ୍ବଟୁରରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । ଲମ୍ବା ରାଜନୈତିକ କ୍ୟାରିଅରରେ ଅନେକ ଗୁରୁତ୍ବ ପଦପଦବୀରେ ଦାୟିତ୍ବ ତୁଲାଇଛନ୍ତି । ୨୦୨୪ ଜୁଲାଇ ୩୧ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପୂର୍ବରୁ ୨୦୨୩ ଫେବୃଆରୀ ୧୮ରୁ ୨୦୨୪ ଜୁଲାଇ ୩୦ତାରିଖ ଯାଏ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ଯାଏ ପୁଡୁଚେରୀର ଉପରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ସେହି ସମୟରେ ମାର୍ଚ୍ଚରୁ ଜୁଲାଇ ଯାଏ ତେଲଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇଥିଲେ ।
