କ୍ୟାମ୍ପସ୍ ନିର୍ବାଚନ, ଆଜି ନାମାଙ୍କନ
ଛାତ୍ର ସଂସଦ ନିର୍ବାଚନ ପାଇଁ ସରଗରମ କଲେଜ କ୍ୟାମ୍ପସ୍ । ଆଜି ପ୍ରାର୍ଥିପତ୍ର ଦାଖଲ ହେବ । ହାତରେ କମ୍ ସମୟ ଥିବାରୁ ନିଜ ନିଜ ସପକ୍ଷରେ ପିଲାଙ୍କୁ ଟାଣିବାକୁ ଚାଲିଛି କସରତ। ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସ୍କୁ ରାଜନୀତି ଫେରିଥିବାରୁ କ୍ଲାସ୍ରୁମ୍ରୁ ହଷ୍ଟେଲ ସବୁଠି କୋଳାହଳ । ପ୍ରଚାରରେ ଲାଗିପଡ଼ିଲେଣି ଆଶାୟୀ ପ୍ରାର୍ଥୀ। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟ ଓ ୩୨୮ଟି ମହାବିଦ୍ୟାଳୟରେ ହେବ ନିର୍ବାଚନ ।
