ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ସିଏମ୍ ଙ୍କୁ ମୋହନ ମାଝୀଙ୍କ ଚିଠି । ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଚିଠି । ପଶ୍ଚିମବଙ୍ଗ ସିଏମ୍ ଶୁଭେନ୍ଦୁ ଅଧିକାରୀଙ୍କୁ ପତ୍ର ଲେଖିଲେ ସିଏମ୍ ମୋହନ ମାଝୀ । “‘ଜଗନ୍ନାଥ ଧାମ’ କେବଳ ପୁରୀ, ଅନ୍ୟ କୌଣସି ସ୍ଥାନ ପାଇଁ ଏହି ଶବ୍ଦର ବ୍ୟବହାର ଗ୍ରହଣୀୟ ନୁହେଁ” ବୋଲି ମୋହନ ମାଝୀ ଚିଠି ଲେଖିଛନ୍ତି ।ଦୀଘା ମନ୍ଦିର ନାମକରଣକୁ ନେଇ ଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ଅସନ୍ତୋଷ । ‘ଧାମ’ ବଦଳରେ “ଶ୍ରୀ ଜଗନ୍ନାଥ ମନ୍ଦିର, ଦୀଘା” ନାମ ରଖିବାକୁ ଚିଠିରେ ପ୍ରସ୍ତାବ ରହିଛି । କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ଆଧ୍ୟାତ୍ମିକ ଭାବାବେଗର ସୁରକ୍ଷା ପାଇଁ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ ।ପୁରୀ ଶ୍ରୀକ୍ଷେତ୍ରର ଅନନ୍ୟ ଐତିହାସିକ ଓ ସାଂସ୍କୃତିକ ପରିଚୟ ବଜାୟ ରଖିବାକୁ ମୋହନ ମାଝୀଙ୍କ ଅନୁରୋଧ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ । ନାମ ସଂଶୋଧନ ଦ୍ୱାରା ଓଡ଼ିଶା-ପଶ୍ଚିମବଙ୍ଗ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଆହୁରି ମଜବୁତ ହେବବୋଲି କହିଛନ୍ତି ମୋହନ ମାଝୀ ।