ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ
ଆଜିଠୁ ଦୁଇ ଦିନିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୧ ଟା ୧୦ ସମୟରେ ମୟୁରଭଞ୍ଜ ଜିଲ୍ଲାର ଉଦଳା ମହାବିଦ୍ୟାଳୟ ରେ ନିର୍ମାଣ ହେଇଥିବା ଅସ୍ଥାୟୀ ହେଲିକ୍ୟାପ୍ଟର ରେ ଅବତରଣ କରି ବିଭିନ୍ନ କାର୍ୟ୍ୟକ୍ରମ ରେ ଯୋଗଦେବେ । ଅପରାହ୍ନ ୫ ଟା ସମୟରେ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀଙ୍କୁ ଦର୍ଶନ କରିବା ସହିତ ଖିଚିଂ ମହୋତ୍ସବ ରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ଖିଚିଂ ଆସୁଥିବାରୁ ଅପରାହ୍ନ ୩ ରୁ ୬ ଟା ପର୍ୟ୍ୟନ୍ତ ମା କିଚକେଶ୍ୱରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି କରଞ୍ଜିଆ ଉପଜିଲ୍ଲାପାଳ ପ୍ରେମାସୁ ଚାନ୍ଦ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଖିଚିଂ ରୁ ଯାଇ ରାମତୀର୍ଥ ରେ ରାତ୍ରି ଯାପନ କରିବାର କାର୍ୟ୍ୟକ୍ରମ ରହିଛି ।
