କଟକରେ ୫ ଘଣ୍ଟା ବନ୍ଦ ରହିଲା ମେଲାଣି

କଟକ ଭସାଣିରେ  ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପୋଲିସର ଲାଠି ଚାର୍ଜ। ଢେଲାମାଡ଼ରେ ଡିସିପି ଆହତ । ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ମାଆଙ୍କ ମେଲାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ନାରାବାଜିକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଏଥିରେ ୮ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।ମାଆଙ୍କ ମେଲାଣି ଶୋଭାଯାତ୍ରା ସମୟରେ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲା ମାଡ଼ ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ କଟକ ଡିସିପି ଆହତ ହୋଇଛନ୍ତି । ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ଗଣ୍ଡଗୋଳ ଉଗ୍ରରୂପ ନେବାରୁ ୫ ଘଣ୍ଟା ଧରି ମେଢ଼ ଭସାଣି ଶୋଭାଯାତ୍ରା ବନ୍ଦ ରହିଥିଲା। ମେରିଆ ବଜାର ଛକରେ ମେଢ଼ ରଖି ରାସ୍ତାରୋକ କରାଯାଇଛି ।