କେନ୍ଦୁଝର ଜିଲ୍ଲା ଗସ୍ତରେ ଥାଇ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲ୍ଲା ଗସ୍ତରେ ଥାଇ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ମୂଖ୍ୟମନ୍ତ୍ରଙ୍କ କେନ୍ଦୁଝର ଜିଲ୍ଲା ଗସ୍ତର ଆଜି ଚତୁର୍ଥ ଦିନରେ ସର୍କିଟ ହାଉସ ପରସରରେ ଶହ ଶହ ଲୋକଙ୍କର ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହା ସହ ଆଗାମୀ ଦିନରେ ନିଜ କେନ୍ଦୁଝର ଜିଲ୍ଲାରେ ଏକ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ହେବ ଯେଉଁଥିରେ ୧୦ ଜଣ ମନ୍ତ୍ରୀ ଯୋଗ ଦେବେ । ଆଖପାଖ ଜିଲ୍ଲାର ଲୋକମାନେ ଆସି ତାଙ୍କର ଅଭିଯୋଗ ଦେଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କର ଭୂବନେଶ୍ଵର ଫେରି ଯିବାର କାର୍ଯ୍ୟକ୍ରମ ଥିବା ବେଳେ ସେ ଶୁଣିବାକୁ ପାଇଥିଲେ ଯେ ଅନେକ ଲୋକ ତାଙ୍କୁ ଅଭିଯୋଗ ଦେବାକୁ ଆସିଛନ୍ତି । ସେ ତୁରନ୍ତ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା କରିବାକୁ । ପରେ ଆରମ୍ଭ ହୋଇଥିଲା ଲୋକଙ୍କ ଆଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀ ରାତିରେ ପ୍ରବଳ ଜ୍ଵରରେ ପୀଡିତ ଥିବା ସତ୍ତ୍ୱେ ବାହାରକୁ ଆସି ଲୋକଙ୍କ ଅଭିଯୋଗ ଶୁଣିଥିଲେ Iପ୍ରଶାସନ ପକ୍ଷରୁ ବସି କରି ଅଭିଯୋଗ ଶୁଣାଣି ପାଇଁ ବ୍ୟବସ୍ଥା ସତ୍ତ୍ୱେ , ଅସୁସ୍ଥତାକୁ ଖାତିର ନ କରି ଚାଲି ଚାଲି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିଥିଲେ । ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ନିଜେ ସ୍ଥାନୀୟ ବିଧାୟକ ହୋଇଥିବାବାରୁ ଲୋକଙ୍କ ଦୁଃଖ ସୁଖ ଶୁଣିବା ମୋର ପ୍ରଥମ କାମ । ଯେହେତୁ ମୁଁ ରାଜ୍ୟର ମୁଖିଆ ତେଣୁ ସମସ୍ତଙ୍କ ପକ୍ଷେ ଭୂବନେଶ୍ୱର ଯାଇ ଅଭିଯୋଗ ଦେବା ସମ୍ଭବ ନୁହେଁ ଏଣୁ ଏଠାକୁ ଆସିଲେ ତାଙ୍କ ଅଭିଯୋଗ ଶୁଣେ ।

Leave a Reply

Your email address will not be published. Required fields are marked *