ବନ୍ୟାଞ୍ଚଳର ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସର୍ଭେ କରିବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସକାଳ ୮ଟା ୧୫ରେ ଭୁବନେଶ୍ୱରରୁ ରାଜ୍ୟ ସରକାରଙ୍କ ହେଲିକପ୍ଟରରେ ଯାତ୍ରା କରି ପ୍ରଥମେ ଗଞ୍ଜାମର କଳିଙ୍ଗା ଘାଟ ଓ କୋରାପୁଟ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ।
ପରେ ମୁଖ୍ୟମନ୍ତ୍ରୀ କୋରାପୁଟର କୋଟପାଡ଼ ଅଞ୍ଚଳ ଗସ୍ତ କରି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ଅପରାହ୍ନ ୨ଟାରେ ଜୟପୁରରୁ ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରି ସାଢ଼େ ୪ଟାରେ ଭୁବନେଶ୍ୱର ଫେରିବେ। ଏହି ଗସ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ମଧ୍ୟ ସାମିଲ ହେବେ।
