୨୮ ଓ ୨୯ ପରିବର୍ତ୍ତେ ନଭେମ୍ବର ୪ ଓ ୫ ରେ ଆସିବେ
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସୂଚୀରେ ପରିବର୍ତ୍ତନ । ୨୮ ଓ ୨୯ ପରିବର୍ତ୍ତେ ନଭେମ୍ବର ମାସ ୪ ଓ ୫ ତାରିଖରେ ଜନ୍ମ ମାଟି ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି । ଗସ୍ତ ସୂଚୀ ପରିବର୍ତ୍ତନ ନେଇ ରାଷ୍ଟ୍ରପତି ଭବନରୁ ସୂଚନା ପ୍ରଦାନ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ତେବେ ପୂର୍ବ ଭଳି ସମସ୍ତ କାର୍ଯ୍ୟକ୍ରମ ଅପରିବର୍ତ୍ତିତ ରହିବ । ଦୁଇ ଦିନିଆ ନିଜ ଜନ୍ମ ମାଟି ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
