ପରୀକ୍ଷାର ୧୦୧ ଦିନରୁ ବିଜ୍ଞପ୍ତି ପ୍ରକାଶ

ଫେବ୍ରୁଆରୀ ୧୬ରୁ ସିବିଏସ୍‌ଇ ବୋର୍ଡ ପରୀକ୍ଷା

ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ବଡ଼ ଖବର ଆସିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଏବଂ ଦ୍ବାଦଶ ବାର୍ଷିକ ପରୀକ୍ଷା ୨୦୨୭ ପାଇଁ ସୂଚୀ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଦଶମ ଏବଂ ଦ୍ବାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ୨୦୨୭ ଫେବ୍ରୁଆରି ୧୬ ତାରିଖ ଠାରୁ ଆରମ୍ଭ ହେବ। ସିବିଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ସକାଳ ୧୦ଟା ୩୦ରୁ ଆରମ୍ଭ ହେବ। ଦଶମ ଶ୍ରେଣୀ ପାଇଁ ୮୩ଟି ବିଷୟରେ ପରୀକ୍ଷା ହେବ। ସେହିପରି ଦ୍ବାଦଶ ଶ୍ରେଣୀରେ ୧୨୧ଟି ବିଷୟରେ ପରୀକ୍ଷା କରାଯିବ। ପରୀକ୍ଷାର ୧୦୧ ଦିନରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସିବିଏସ୍‌ଇର ୱେବ୍‌ସାଇଟ୍‌ https://www.cbse.gov.inରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *