ଡିଜାଷ୍ଟର ରିସ୍କ ରିଡକ୍ସନ ୱର୍କିଂ ଗ୍ରୁପର ଦ୍ବିତୀୟ ବାର୍ଷିକ ସମ୍ମିଳନୀ

ଜୁନ ୩ ରୁ ପୁରୀରେ ଅନୁଷ୍ଠିତ ହେବ BRICS ସମ୍ମିଳନୀ

ପୁରୀରେ ଅନୁଷ୍ଠିତ ହେବ BRICS ସମ୍ମିଳନୀ । ଜୁନ ୩ରୁ ୫ ତାରିଖ ଯାଏ ତିନି ଦିନ ଧରି ଅନୁଷ୍ଠିତ ହେବ ସମ୍ମିଳନୀ । ଡିଜାଷ୍ଟର ରିସ୍କ ରିଡକ୍ସନ ୱର୍କିଂ ଗ୍ରୁପର ଦ୍ବିତୀୟ ବାର୍ଷିକ ସମ୍ମିଳନୀ ପୁରୀରେ ଅନୁଷ୍ଠିତ ହେବ । BRICS ରାଷ୍ଟ୍ର ସମୂହର ପ୍ରତିନିଧି ଓ ବିଶେଷଜ୍ଞବୃନ୍ଦ ଯୋଗଦେବେ ।ଭାରତର ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବ BRICS ସମ୍ମିଳନୀ । ଜୁନ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ସମ୍ମିଳନୀ । ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏହି ସମ୍ମିଳନୀରେ BRICS ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେବେ। ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚାଇନା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡିଛି lଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଓଡ଼ିଶାକୁ ଚୟନ କରାଯାଇଛି । ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାର ନାମ ରହିଛି । ଏଥି ନିମନ୍ତେ ଓଡିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଆସିଛି ।

Leave a Reply

Your email address will not be published. Required fields are marked *