ଭାରତୀୟ ରେଳର ବଡ଼ ଉପହାର

ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା

​ସେନା ମେଡାଲ୍ ବିଜେତାଙ୍କୁ ସମ୍ମାନ। ଆଜୀବନ ଟ୍ରେନ୍ ଯାତ୍ରା ମାଗଣା! । ପ୍ରତିରକ୍ଷା ବିଭାଗ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ସେନା, ନୌସେନା କିମ୍ବା ବାୟୁସେନା ମେଡାଲ୍ ପାଇଥିବା ବୀର ଏବଂ ସେମାନଙ୍କ ପରିବାର ପାଇଁ ହୋଇଛି ଏହି ବଡ଼ ଘୋଷଣା ।ଏହି ନୂଆ ନିୟମ ଅନୁଯାୟୀ, ପୁରସ୍କାର ପ୍ରାପ୍ତ ବ୍ୟକ୍ତିମାନେ ପ୍ରଥମ ଶ୍ରେଣୀ, 2nd AC କିମ୍ବା AC ଚେୟାର୍ କାର୍‌ରେ ଆଜୀବନ ମାଗଣାରେ ଯାତ୍ରା କରିପାରିବେ । ଖାଲି ସେତିକି ନୁହେଁ, ପୁରସ୍କାର ବିଜେତାଙ୍କ ସହ ଜଣେ ସହଯାତ୍ରୀ ମଧ୍ୟ ମାଗଣାରେ ଯିବାର ସୁବିଧା ପାଇବେ । ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀରଙ୍କ ସମ୍ମାନାର୍ଥେ ଏହି ପ୍ରତିଶ୍ରୁତି ଦେଇଛି ପ୍ରତିରକ୍ଷା ବିଭାଗ ।ଏହି ସୁବିଧା ସହୀଦ ଓ ପୁରସ୍କାର ପ୍ରାପ୍ତଙ୍କ ପରିବାରକୁ ମଧ୍ୟ ମିଳିବ । ଯଦି ପୁରସ୍କାର ବିଜେତାଙ୍କ ବିଧବା ପତ୍ନୀ ପୁନର୍ବିବାହ କରି ନଥାନ୍ତି, ତେବେ ସେ ମଧ୍ୟ ଏହି ସେବା ପାଇବେ । ସେହିପରି ଅବିବାହିତ ସହୀଦଙ୍କ କ୍ଷେତ୍ରରେ ତାଙ୍କ ବାପା ମା’ଙ୍କୁ ମଧ୍ୟ ଆଜୀବନ ମାଗଣା ରେଳ ସେବା ଯୋଗାଇ ଦିଆଯିବ ।

Leave a Reply

Your email address will not be published. Required fields are marked *