୧୨ରୁ ଅଧିକ ସ୍କୁଲକୁ ବୋମା ଧମକ
ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲାର ଅନେକ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଏଠାରେ ୧୨ରୁ ଅଧିକ ସ୍କୁଲକୁ ଇମେଲ ଜରିଆରେ ବୋମା ଥିବା ଧମକ ମିଳିଛି । ସ୍କୁଲରେ ସିବିଏସଇ ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଏତେ ସାରା ସ୍କୁଲକୁ ବୋମା ଧମକ ମିଳିଛି । ଏହାପରେ ସ୍କୁଲ ପରିସରକୁ ଖାଲି କରିଦିଆଯାଇଛି ।ଖବର ଜଣାପଡିବା ପରେ ଗମ୍ଭୀରତାର ସହ ନୋଏଡା ପୋଲିସ ଏବଂ ଡିସିପି ସହିତ ଅନେକ ପୋଲିସ ଅଧିକାରୀ ବିଭିନ୍ନ ସ୍କୁଲରେ ପହଞ୍ଚି ତଦାରଖ କରିଥିଲେ । ଟିମ ସ୍କୁଲ ପରିସରକୁ ଖାଲି କରାଯାଇଛି । ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ଡଗ୍ ସ୍କ୍ବାର୍ଡ ଟିମ୍ ଚେକିଂ କରି କୌଣସି ସନ୍ଦିଗ୍ଧ ଜିନିଷ ପାଇନାହାନ୍ତି ।ତେବେ ବର୍ତ୍ତମାନ ସିବିଏସଇ ଏବଂ ବୋର୍ଡ ପରୀକ୍ଷା ଚାଲୁଥିବାରୁ ପିଲାମାନେ ଘର ଠାରୁ ପରୀକ୍ଷା ସେଣ୍ଟରରେ ରହିଛନ୍ତି । ଏହାରି ଭିତରେ ଏଭଳି ବୋମା ଧମକ ଖବର ଯୋଗୁଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଚିନ୍ତାରେ ରହିଛନ୍ତି ।
