ଇଣ୍ଡିଗୋ ବିମାନକୁ ବୋମା ଧମକ, ବିମାନ ଉଡ଼ାଣ ରଦ୍ଦ
ଲକ୍ଷ୍ନୌରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନକୁ ବୋମା ଧମକ । ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀ ଆଲର୍ଟ ହୋଇଯାଇଛି ।ଖବର ମୁତାବକ, ଲକ୍ଷ୍ନୌରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ବୋମା ଧମକ ମିଳିଥିଲା । ଉଡ଼ାଣ ଭରିବାର କିଛି ସମୟ ପୂର୍ବରୁ ଧମକ ମିଳିବାରୁ ବିମାନକୁ ରୋକି ଦିଆଯାଇଥିଲା । ବିମାନକୁ ରୋକା ଯାଇ ବ୍ୟାପକ ସୁରକ୍ଷା ଯାଞ୍ଚ ଆରମ୍ଭ କରାଯାଇଛି । ବିମାନ ଏବଂ ଯାତ୍ରୀଙ୍କ ଜିନିଷ ତନ୍ନତନ୍ନ କରି ଯାଞ୍ଚ କରାଯାଉଛି । ସୁରକ୍ଷା ଏଜେନ୍ସୀ ଧମକ କେଉଁଠୁ ଆସିଛି, ତାହା ଯାଞ୍ଚ କରୁଛନ୍ତି ।
