ସନ୍ଦିଗ୍ଧ ସ୍ଥାନରେ ତନାଘନା ଓ ସାଇବର ତଦନ୍ତ ଆରମ୍ଭ

ହାଇଦ୍ରାବାଦରେ ବୋମା ବିସ୍ଫୋରଣ ଧମକ

ହାଇଦ୍ରାବାଦରେ ବୋମା ବିସ୍ଫୋରଣ ଧମକ । ସହରବ୍ୟାପୀ ସୁରକ୍ଷା କଡ଼ାକଡ଼ି । ଧମକପୂର୍ଣ୍ଣ ଇମେଲ୍ ପରେ ଆଲର୍ଟରେ ପୋଲିସ । ସନ୍ଦିଗ୍ଧ ସ୍ଥାନରେ ତନାଘନା ଓ ସାଇବର ତଦନ୍ତ ଆରମ୍ଭ । ହାଇଦ୍ରାବାଦରେ ବୋମା ବିସ୍ଫୋରଣ ଧମକ ପରେ ହାଇଆଲର୍ଟରେ ପୋଲିସ । ସହରର କେତେକ ସ୍ଥାନରେ ବୋମା ବିସ୍ଫୋରଣ ଘଟାଇବା ନେଇ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ସିଟି ପୋଲିସ ତୁରନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି । ହାଇଦ୍ରାବାଦ ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଧମକପୂର୍ଣ୍ଣ ଇମେଲ୍ ରେ ସହରର କେତେକ ନିର୍ଦ୍ଦିଷ୍ଟ ସ୍ଥାନକୁ ଟାର୍ଗେଟ୍ କରାଯିବାର ଆଶଙ୍କା ପ୍ରକାଶ କରାଯାଇଛି । ଏହାପରେ ସନ୍ଦିଗ୍ଧ ସ୍ଥାନଗୁଡ଼ିକରେ ଆଣ୍ଟି-ସାବୋଟେଜ୍ ଯାଞ୍ଚ କରାଯାଇଛି। ସେହିପରି ସହରରେ ପୋଲିସର ଉପସ୍ଥିତି ଓ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି ।

Leave a Reply

Your email address will not be published. Required fields are marked *