ରାସ୍ତାକଡରୁ ହଟିବ ହୋର୍ଡିଂ, ବ୍ୟାନର
ବାତ୍ୟା ମୁକାବିଲା ପାଇଁ BMCର ପଦକ୍ଷେପ । ତୁରନ୍ତ ରାସ୍ତା କଡ଼ ଓ ବସ୍ତିରୁ ହୋର୍ଡିଂ, ବ୍ୟାନର ଓ ତୋରଣ ହଟାଇବାକୁ ନିର୍ଦ୍ଦେଶ । ଏନେଇ ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି, ମୁକୁଳା ଡ୍ରେନକୁ ବ୍ୟାରିକେଡ଼ କରାଯିବ । ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ କରି ପମ୍ପସେଟ ମହଜୁଦ ରଖାଯିବ। ବର୍ଷା ସମୟରେ ଗଛ କିମ୍ବା ବିଦ୍ୟୁତ ଖୁଣ୍ଟ ପଡିଗଲେ ତୁରନ୍ତ ହଟାଇ ରାସ୍ତା ସଫା କରାଯିବ। ବର୍ଷାର ତୀବ୍ରତା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ସହ ୨୪ ଘଣ୍ଟିଆ ହେଲ୍ପ ଲାଇନ ଜାରି ରହିବ । ଏହା ସହିତ ସହରରେ ସେବା ଯୋଗାଉଥିବା ସଂସ୍ଥା ଓ ଏଜେନ୍ସି ସହ ସମନ୍ବୟ ରକ୍ଷା କରାଯିବ । ବର୍ଷା ସମୟରେ ସରକାରୀ ଅଧିକାରୀ ଉପସ୍ଥିତ ରହିବାକୁ ବାଧ୍ୟତାମୂଳକ କରାଯାଇଛି।
