ପୁରୀରେ ସାଂସଦ ଓ ବିଧାୟକ ନେବେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ବିଜେପି ବିଧାୟକ, ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା

ଆଜିଠୁ ପୁରୀରେ ସାଂସଦ ଓ ବିଧାୟକ ନେବେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ପାଇଁ ହେବ ପ୍ରଶିକ୍ଷଣ । କେମିତି ତୃଣମୂଳ ସ୍ତରରେ ଲୋକଙ୍କ ସହ ମିଶିବେ, ଭଲ ଭାଷଣ ଦେବେ, ତାଲିମ ନେବେ ନେତା ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା, ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଯିବ ତାଲିମ । ଏହି ପ୍ରଶିକ୍ଷଣ ଶିବିର ଉଦଘାଟନ କରିଛନ୍ତି ଜେ ପି ନଡ୍ଡା । ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ଵିତୀୟ ଥର ପାଇଁ ଆୟୋଜନ ହୋଇଛି ପ୍ରଶିକ୍ଷଣ ଶିବିର। ୨୦ ଜଣ ଲୋକସଭା ସାଂସଦ , ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ବାଧୀନ ବିଧାୟକ ଭାଗ ନେଇଛନ୍ତି । ଏଥିସହିତ ବିଜେପିର ରାଜ୍ୟ ସଭାପତି,ସାଧାରଣ ସମ୍ପାଦକ ଓ ସମସ୍ତ ପଦାଧିକାରୀ ଯୋଗ ଦେଇଛନ୍ତି ।ପ୍ରତିବର୍ଷ ପରି ଚଳିତଥର ମଧ୍ୟ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି। ସାଂସଦ ଓ ବିଧାୟକମାନେ କିପରି ସରକାର ଓ ସଂଗଠନ ମଧ୍ୟରେ ସମନ୍ବୟ ରଖି କାର୍ୟ୍ୟ କରିବେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ, ବୁଥ୍ ସ୍ତରରେ ସଂଗଠନକୁ ମଜଭୁତ୍ କରିବାକୁ କର୍ମୀମାନଙ୍କୁ କିପରି ଉତ୍ସାହିତ କରିବେ, ସଂସଦ ଓ ବିଧାନସଭାରେ କିପରି ପ୍ରଭାବଶାଳୀ ଢଙ୍ଗରେ ଆଲୋଚନା କରିବେ,ଭାଷଣ ଭଲଦେବେ ସେନେଇ ତାଲିମ ଦିଆଯିବ ।