ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ
ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ। ସେପ୍ଟେମ୍ବର ୫ ଓ ୬ରେ ହେବ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ। ଚଳିତ ଥର ଢେଙ୍କାନାଳରେ ବୈଠକ ହେବା ନେଇ ଚର୍ଚ୍ଚା ହେଉଛି, କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ନେତୃତ୍ବ ନେବେ ବୋଲି କହିଛନ୍ତି ବିଧାୟକ ବିଭୂତି ପ୍ରଧାନ। ଚଳିତ କାର୍ଯ୍ୟକାରିଣୀ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। ରାଜ୍ୟ କାର୍ଯ୍ୟକାରିଣୀରେ ପଞ୍ଚାୟତ ନିର୍ବାଚନ ପାଇଁ ରୋଡ୍ ମ୍ୟାପ ପ୍ରସ୍ତୁତ ହେବ। ଦଳର ସଂଗଠନକୁ ସୁଦୃଢ କରାଯିବା ନେଇ ମଧ୍ୟ ଆଲୋଚନା କରାଯିବ।
