ବିଜେପି ବିରୋଧରେ ବିଜେଡିର ପ୍ରତିବାଦ
ଏକବର୍ଷର ବିଜେପି ସରାକରକୁ ଘେରିଲା ବିଜେଡି । ମାଷ୍ଟର କ୍ୟାଣ୍ଟିନ ଛକଠାରରେ ଦଳ କଲା ପ୍ରତିବାଦ । ନେତା ଓ କର୍ମୀ ଏକ ହୋଇ ସରକାର ବିରୋଧୀ ଦେଲେ ନାରା । ନବୀନଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ହେଲା ପ୍ରତିବାଦ ସଭା । ଆସନ୍ତାକାଲି ବିଜେଡି ପକ୍ଷରୁ ବିଧାୟକ ମାନଙ୍କ କ୍ୱାଟର, ଆରଡିସି ଅଫିସ, ବ୍ଲକ ଅଫିସ, ମୁନିସପାଲିଟ ଅଫିସ ସହ ପଞ୍ଚାୟତ ଅଫିସ ଘେରାଉ କରିବେ ନେତା ଏବଂ କର୍ମୀ । ଏ ସରକାର ସବକା ବିକାଶ ନୁହେଁ ସବକା ବିନାଶ କରୁଛନ୍ତି । ବିନାଶ ରାଜନୀତି ଚଳିବ ନାହିଁ । ଧୂଆଁ ବାଣ ଓ ଭାଷଣ ମାରିବା ଚଳିବ ନାହିଁ । ତିନିଘଣ୍ଟିଆ ଭାଷଣ ଆଉ ଚଳିବ ନାହିଁ । ବିକାଶ ବନ୍ଦ କରିବା ଚଳିବ ନାହିଁ । ଆମର ଦରକାର ନବୀନ ସରକାର । ମୋହନ ସରକାର ଆଉ ଚଳିବ ନାହିଁ । ଯଦି ଚଳିବ ନିଆଁ ଜଳିବ, ରାଜରାସ୍ତାରେ ଲଢେଇ ବୋଲି ନେତା ମାନେ କହିଛନ୍ତି ।
