ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆ ପ୍ଲେନ୍ କ୍ରାସ୍
ଗୁଜୁରାଟର ଅହମ୍ମଦାବାଦରେ ଘଟିଛି ବଡ଼ ବିମାନ ଦୁର୍ଘଟଣା । ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଘଟିବା ପରେ ସାରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ତେବେ ଏହି ବିମାନରେ ୧୩୩ ଜଣ ଯାତ୍ରୀ ଥିବା ସୂଚନା ରହିଛି । ଆଜି ଅପରାହ୍ନ ସମୟରେ ବିମାନ ଦୁର୍ଘଟଣା ଘଟିଥିଲା, ଯାହାର ଭୟଙ୍କର ଚିତ୍ର ଏବେ ସାମ୍ନାକୁ ଆସୁଛି । ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ପ୍ଲେନ୍ କ୍ରାସ୍ କରିବା ପରେ ପରିବେଶ କଳା ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ ଏହି ଭୟଙ୍କର ଦୁର୍ଘଟଣା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦର ପାଖରେ ଘଟିଛି । କିନ୍ତୁ ପ୍ଲେନ୍ ବିମାନବନ୍ଦର ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ କୌଣସି ଜୀବନହାନିର ଖବର ମିଳିନାହିଁ । ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
