ମହାକୁମ୍ଭ ମେଳା ପାଇଁ ୩୦୦୦ ସ୍ପେସାଲ୍ ଟ୍ରେନ୍‌

ପ୍ରୟାଗରାଜକୁ ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ଚାଲିବ ସ୍ୱତନ୍ତ୍ର ଟ୍ରେନ

ପ୍ରୟାଗରାଜ ମହାକୁମ୍ଭ ପାଇଁ ରେଳ ବିଭାଗର ବଡ ପ୍ରସ୍ତୁତି। ପ୍ରୟାଗରାଜକୁ ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ଚାଲିବ ସ୍ୱତନ୍ତ୍ର ଟ୍ରେନ। ଚାଲିବ ୩୦୦୦ ସ୍ପେସାଲ୍ ଟ୍ରେନ୍‌। ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ମେଳା ଆରମ୍ଭ ହେବା ପାଇଁ ଆଉ ମାତ୍ର କିଛି ଦିନ ବାକିଥିବା ବେଳେ, ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ତରଫରୁ ସୁରକ୍ଷା ଏବଂ ସୁବିଧାର ବଡ ବ୍ୟବସ୍ଥା କରାଯାଉଛି। ଆଉ ଓଡିଶାରୁ ଏବଂ ଓଡିଶା ମଧ୍ୟଦେଇ ପ୍ରୟାଗରାଜକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ ।

  1. ଭୁବନେଶ୍ୱର-ତୁଣ୍ଡଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଭାୟା କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ |

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 1, 8, 22 ତାରିଖ ଓ ଫେବୃୟାରୀ ମାସ 5, 19, 26 ତାରିଖ ଦିନ ବୁଧବାର ଦିନମାନଙ୍କରେ ଭୁବନେଶ୍ୱର ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି କେନ୍ଦୁଝରଗଡ-ବୋକାରୋ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ | ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ |

  1. ପୁରୀ-ତୁଣ୍ଡଲା-ପୁରୀ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ |

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 6 ଓ 20 ତାରିଖ ଓ ଫେବୃୟାରୀ ମାସ 17 ତାରିଖ ଦିନ ସୋମବାର ଦିନମାନଙ୍କରେ ପୁରୀ ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି ଭୁବନେଶ୍ୱର-ଭଦ୍ରକ-ଗୟା-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ | ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ |

  1. ଟିଟିଲାଗଡ-ତୁଣ୍ଡଲା-ଟିଟିଲାଗଡ଼ ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର-ଝାରସୁଗୁଡା-ଡ଼ିଡ଼ିୟୁ-ପ୍ରୟାଗରାଜ |

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 9, 16, 23 ତାରିଖ ଓ ଫେବୃୟାରୀ ମାସ 6, 20, 27 ତାରିଖ ଦିନ ଗୁରୁବାର ଦିନମାନଙ୍କରେ ଟିଟିଲାଗଡ଼ ଠାରୁ ଅପରାହ୍ନ 12ଘ.30ମି.ରେ ଛାଡି ସମ୍ବଲପୁର-ଝାରସୁଗୁଡା-ଡ଼ିଡ଼ିୟୁ-ପ୍ରୟାଗରାଜ ମାର୍ଗ ଦେଇ ତୁଣ୍ଡଲା ଯାତ୍ରା କରିବ | ତୁଣ୍ଡଲା ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସିଧାସଳଖ ସୁବିଧା ଯୋଗାଇବ |

  1. ବିଶାଖାପାଟନମ୍-ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ (ଡ଼ିଡ଼ିୟୁ)-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ |

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 9, 16, 23 ତାରିଖ ଓ ଫେବୃୟାରୀ ମାସ 6, 20, 27 ତାରିଖ ଦିନ ଗୁରୁବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ଅପରାହ୍ନ 05ଘ.35ମି.ରେ ଛାଡି ରାୟଗଡା-ଟିଟିଲାଗଡ-ରାୟପୁର-କାଟନୀ ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ | ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ |

  1. ବିଶାଖାପାଟନମ୍-ଗୋରଖପୁର-ବିଶାଖାପାଟନମ୍ ସ୍ୱତନ୍ତ୍ର ଟ୍ରେନ୍ ଭାୟା ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା |

ଏହି ଟ୍ରେନ୍ 2025 ଜାନୁୟାରୀ ମାସ 5 ଓ 19 ତାରିଖ ଏବଂ ଫେବୃୟାରୀ ମାସ 16 ତାରିଖ ଦିନ ରବିବାର ଦିନମାନଙ୍କରେ ବିଶାଖାପାଟନମ୍ ଠାରୁ ରାତ୍ରି 10ଘ.20ମି.ରେ ଛାଡି ଭୁବନେଶ୍ୱର-ଅନୁଗୁଳ-ସମ୍ବଲପୁର ସିଟି-ଝାରସୁଗୁଡା ମାର୍ଗ ଦେଇ ଡ଼ିଡ଼ିୟୁ ଯାତ୍ରା କରିବ | ଡ଼ିଡ଼ିୟୁ ଅଭିମୁଖେ ଏହି ଟ୍ରେନ୍ ପ୍ରୟାଗରାଜ ଷ୍ଟେସନ ଠାରେ ରହଣି କରି ତୀର୍ଥଯାତ୍ରୀମାନଙ୍କ ପାଇଁ ସୁବିଧାଜନକ ମାର୍ଗ ପ୍ରଦାନ କରିବ |

ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି କୁମ୍ଭ ମେଳା । ତେବେ ପ୍ରୟାଗରାଜ ମହାକୁମ୍ଭ ମେଳା ପାଇଁ ଖୁବ ଜୋର ସୋରରେ ପ୍ରସ୍ତୁତି ହୋଇଥାଏ । ତେବେ ଶେଷଥର ୨୦୧୩ ମସିହାରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହେଇଥିବା ବେଳେ ଆସନ୍ତା ଜାନୁଆରୀ ୧୩ରୁ ଫେବୃଆରୀ ୨୬ ଯାଏଁ ଚାଲିବ ଏହି ମହାକୁମ୍ଭ ମେଳା ।

Leave a Reply

Your email address will not be published. Required fields are marked *