ଲାଲକିଲ୍ଲାରେ ପ୍ରଥମ ଥର ଶୁଭିଲା ବନ୍ଦେ ମାତରମ୍
ସ୍ୱାଧୀନତା ଦିବସ ସମାରୋହର ଇତିହାସରେ ପ୍ରଥମ ଥର ପାଇଁ ୧୫ ଅଗଷ୍ଟରେ ଲାଲକିଲ୍ଲା ପରିସରରେ ‘ବନ୍ଦେ ମାତରମ୍’ ଗାନ କରାଯାଇଛି। ଦେଶର ସ୍ୱାଧୀନତାର ୭୯ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭବ୍ୟ ସମାରୋହରେ ପ୍ରଥମେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ ହୋଇଥିଲା ଏବଂ ଏହାପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।ଜାତୀୟ ଗୀତ ‘ବନ୍ଦେ ମାତରମ୍’ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ବିଶେଷ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଲାଲକିଲ୍ଲାର ପ୍ରାଚୀରକୁ ଫୁଲରେ ସଜାଯାଇଥିଲା। ମଝିରେ ଜାତୀୟ ପତାକା ଥିବାବେଳେ ଏହାର ଉଭୟ ପାର୍ଶ୍ୱରେ ହିନ୍ଦୀରେ ‘ବନ୍ଦେ ମାତରମ୍’ ଲେଖାଯାଇଥିଲା
