ବଜରଙ୍ଗ ପୁନିଆ ୪ ବର୍ଷ ପାଇଁ ସସପେଣ୍ତ

ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ତ କଲା NADA

ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ସସପେଣ୍ତ କଲା NADA । ଜାତୀୟ ଚୟନ ବେଳେ ଡୋପିଂ ଟେଷ୍ଟକୁ ମନା କରିଥିଲେ ପୁନିଆ । ଗତ ମାର୍ଚ୍ଚ ୧୦ ତାରିଖରେ ହୋଇଥିବା ଚୟନ ପ୍ରକ୍ରିୟା ବେଳେ ସେ ଡୋପିଂ ଟେଷ୍ଟକୁ ମନା କରିଥିଲେ । ଯାହା ପରେ ନାଡା ବଜରଙ୍ଗ ପୁନିଆଙ୍କୁ ୨୩ ଏପ୍ରିଲରେ ସସପେଣ୍ତ କରି ଦେଇଥିଲେ ଯାହା ପରେ world governing body, UWW ମଧ୍ୟ ପୁନିଆଙ୍କୁ ସସପେଣ୍ତ କଦେଇଥିଲା । NADA ଦ୍ୱାରା ପୁନିଆଙ୍କୁ ସସପେଣ୍ତ କରାଯିବା ପରେ ବର୍ତ୍ତମାନ ସେ ପ୍ରତିଯୋଗିତାମୂଳକ କୁସ୍ତିରେ ଅଂଶଗ୍ରହଣ କରି ପାରିବେ ନାହିଁ ଏପରିକି ସେ ବିଦେଶରେ ମଧ୍ୟ ଆଉ କୋଚିଂ ନେଇ ପାରିବେ ନାହିଁ । ମେ’୩୧ ତାରିଖ ବଜରଙ୍ଗ ପୁନିଆ ନାଡାର ଆଣ୍ଟି-ଡିସପ୍ଲିନାରୀ ଡୋପିଂ ପ୍ୟାନେଲରେ ନିକଟରେ ତାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଭିଯୋଗ କରିଥିଲେ । ଯାହା ପରେ ଅସ୍ଥାୟୀ ଭାବେ ତାଙ୍କ ନିଲମ୍ବନକୁ ସ୍ଥଗିତ ରଖାଯାଇଥିଲା ହେଲେ ଜୁନ୍ ୨୩ରେ ନାଡା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଆନୁଷ୍ଠାନିକ ଭାବେ ସୂଚନା ଜାରି କରିଥିଲା ।

Leave a Reply

Your email address will not be published. Required fields are marked *