ଦୀପାବଳି ପରେ ଓଡ଼ିଶାରେ ବିଷାକ୍ତ ହେଲା ବାୟୁମଣ୍ଡଳ

ତାଳଚେରରେ ୨୬୬ ଓ ଭୁବନେଶ୍ୱରରେ ୨୦୭ AQI

ଦୀପାବଳି ପରେ ଓଡ଼ିଶାରେ ବଢ଼ିଲା ବାୟୁ ପ୍ରଦୂଷଣ। ବିଲେଇପଡ଼ାରେ ସର୍ବାଧିକ AQI ୨୮୮ ରେକର୍ଡ ହୋଇଥିବା ବେଳେ ତାଳଚେରରେ ୨୬୬ ଓ ଭୁବନେଶ୍ୱରରେ ୨୦୭ ରହିଛି। ତିନୋଟି ସହର ଏବେ ପୁଅର୍ କ୍ୟାଟେଗୋରିରେ ରହିଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ବି ପ୍ରଦୂଷଣର ମାତ୍ରା ଅଧିକ ରହିଥିବା ଜଣାପଡିଛି। ଲିଙ୍ଗରାଜ ମନ୍ଦିର ଷ୍ଟେସନରେ AQI ୨୪୨ ଥିବା ବେଳେ ପାଟିଆରେ ୧୭୧ ରେକର୍ଡ ହୋଇଛି। ଗତ ରାତିରେ ଲିଙ୍ଗରାଜ ଅଞ୍ଚଳରେ PM2.5 ଓ PM10 ସ୍ତର ୫୦୦ ଛୁଇଁଥିଲା। ଅନ୍ୟପଟେ କଟକ, ବାରିପଦା, ବାଲେଶ୍ୱର ଓ ବାରବିଲ୍ ରେ ବାୟୁର ମାନ ମଡରେଟ୍ ବର୍ଗରେ ରହିଛି। ଦିଲ୍ଲୀରେ ମଧ୍ୟ AQI ୩୯୧ ପର୍ଯ୍ୟନ୍ତ ପହଞ୍ଚିଛି। ଦୀପାବଳି ପରେ ବଢ଼ୁଥିବା ପ୍ରଦୂଷଣ ଏବେ ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା ବଢ଼ାଇଛି।

Leave a Reply

Your email address will not be published. Required fields are marked *