ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
ବିଧାନସଭା ବଜେଟ ଅଧିବେଶନ । ଗୃହ ଆରମ୍ଭରୁ ହଟ୍ଟଗୋଳ ଏବଂ ହୋହାଲ୍ଲା । ଯାହାଫଳରେ ବାଚସ୍ପତି ସୁରମା ପାଢୀ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।ସେପଟେ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକଙ୍କ ପକ୍ଷରୁ ଧାରଣା ଦିଆଯାଇଛି ।କାର୍ଯ୍ୟଦିବସ ଆରମ୍ଭରୁ ବିଜେଡି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ । ମହିଳାଙ୍କୁ ନ୍ୟାୟ ଦାବି, ମିଶନ ଶକ୍ତି ଇ.ସି ପୁନଃଗଠନକୁ ବିରୋଧ କରି ବିଜେଡି ବିଧାୟକମାନେ ନାରାବାଜି କରିଥିଲେ । ଏପିରିକି ବାଚସ୍ପତିଙ୍କ ପୋଡିୟମ ନିକଟରୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ । ଶେଷରେ ବାଧ୍ୟ ହୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିବାକୁ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ ।
