ବୌଦ୍ଧ ବିଧାୟକ ସରୋଜ ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା

ବୌଦ୍ଧ ବିଧାୟକ ସରୋଜ ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା

ବୌଦ୍ଧ ବିଧାୟକ ସରୋଜ ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା । ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ବୌଦ୍ଧ SDJM କୋର୍ଟଙ୍କ ପଦକ୍ଷେପ । ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ବୌଦ୍ଧ SDJM କୋର୍ଟ।୨୦୨୪ ବିଧାନସଭା ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ ସଂକ୍ରାନ୍ତ ମାମଲାରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି।

ଏହି ମାମଲା ପୂର୍ବତନ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଭିଯୋଗ ଆଧାରରେ ହୋଇଥିଲା। ଅଭିଯୋଗ ଅନୁସାରେ, ୨୦୨୪ରେ ଅନୁଷ୍ଠିତ ୧୭ତମ ଓଡ଼ିଶା ବିଧାନସଭା ନିର୍ବାଚନ ବେଳେ ସରୋଜ ପ୍ରଧାନ ତାଙ୍କ ନିର୍ବାଚନୀ ସତ୍ୟପାଠରେ କିଛି ଭୁଲ ତଥ୍ୟ ଦେଇଥିଲେ।ଏନେଇ ପ୍ରଦୀପ ଅମାତ ବୌଦ୍ଧ SDJM କୋର୍ଟରେ ମାମଲା ଦାୟର କରିଥିଲେ। କୋର୍ଟ ଅଭିଯୋଗକୁ ବିଚାରକୁ ନେଇ ମାମଲା ପଞ୍ଜୀକରଣ କରିଥିଲେ।

ଏହାପରେ ସରୋଜ ପ୍ରଧାନଙ୍କୁ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବା ପାଇଁ ନୋଟିସ୍ କରାଯାଇଥିଲା। ଏହି ଆଦେଶକୁ ଚ୍ୟାଲେଞ୍ଜ କରି ସରୋଜ ପ୍ରଧାନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।ତାଙ୍କୁ ୧୨ ସପ୍ତାହର ସମୟ ମିଳିଥିଲା। ତେବେ ଉକ୍ତ ସମୟସୀମା ଶେଷ ହେବା ପରେ ମଧ୍ୟ ସେ SDJM କୋର୍ଟରେ ହାଜର ହୋଇନଥିବା ଏବଂ ବାରମ୍ବାର ସମୟ ନେଇଥିବା କୁହାଯାଇଛି । ଗତକାଲି ବୌଦ୍ଧ SDJM କୋର୍ଟ ସରୋଜ କୁମାର ପ୍ରଧାନଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *