ବିଜେଡି ଉପରେ ବର୍ଷିଲେ ଅର୍ଚ୍ଚନା ନାଗ୍

ଗିରଫଦାରି ପଛରେ ବିଜେଡିର ଥିଲା ଷଡ଼ଯନ୍ତ୍ର

ବିଜେଡି ବିରୋଧରେ ବିଷ ଓଗାଳିଲେ ଅର୍ଚ୍ଚନା ନାଗ।ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବରେ ଜଣାଇଛି।ଗଣମାଧ୍ୟମ ସାମ୍ନାରେ ମିଛ ତଥ୍ୟ ରଖାଯାଇଥିଲା। ଘଟଣା ପଛରେ ଥିବା କାହାଣୀ କହିଛନ୍ତି।ଅକ୍ଟୋବର 6ରେ ଗିରଫ କରାଗଲା। ତା ପୂର୍ବରୁ 4 ତାରିଖରୁ ଗୃହବନ୍ଦୀ କରାଯାଇଥିଲା।ଅକ୍ଟୋବର 10ରେ ମୁଁ ଜାଣିଲି କିଏ କରିଥିଲେ ଅଭିଯୋଗ।କଣ ଥିଲା ଅଭିଯୋଗ।ମୋ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଗଲା।ପୁରା ଘଟଣାର ମାଷ୍ଟରମାଇଣ୍ଡ ବିଜେଡି ର ସାଂଗଠନିକ ସମ୍ପାଦକ ବବି ଦାସ,ଅମରେଶ ଜେନା,ମାନସ ମଙ୍ଗରାଜ,ତତ୍କାଳୀନ ଡିସିପି ପ୍ରତୀକ ସିଂ,ଏସିପି ପ୍ରକାଶ ପାଲ, ହିଂମାଂଶୁ ସ୍ବାଇଁ ,ତତ୍କାଳୀନ ବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ। ଜେଲ ପାରେଡ଼ ନାଁ ରେ ମୋ ପାଖକୁ ଯାଉଥିଲେ। କୌଣସି କଏଦୀଙ୍କୁ ଭେଟୁ ନଥିଲେ।ପୋଲିସ ଟଙ୍କା ଦେଇ ଜେଲର କର୍ମଚାରୀଙ୍କୁ କିଣି ଦେଇଥିଲେ। ମୋତେ ଜେଲରେ ନିର୍ଯ୍ୟାତନା ଦିଆଯାଉଥିଲା। ମୋତେ ଇଂଜେକଁସନ ଦେଉଥିଲେ । ମୋତେ ଜେଲରେ ମେଡ଼ିସିନ ଦେଉଥିଲେ । ମୋତେ ପାଗୀଳି ବୋଲି ସ୍ବୀକାର କରିବାକୁ ବାଧ୍ୟ କରାଯାଇଥିଲା। ରାଜ୍ୟ ଛାଡି ଯିବାକୁ ଚାପ ପକା ଯାଉଥିଲା। ଶ୍ରଦ୍ଧାଞ୍ଜଳି ବେହେରା ସ୍ବୀକାର କରିଛନ୍ତି। ଟଙ୍କା ଦେଇ ଅଭିଯୋଗ କରିବା ପାଇଁ ବାଧ୍ୟ କରିଥିଲେ।ପୁରା କଥାର କଲ ରେକର୍ଡ଼ିଂ ସାର୍ବଜନୀନ କରିଛନ୍ତି ଅର୍ଚ୍ଚନା ନାଗ।