ରାଜସ୍ଥାନରେ ପୁଣି ଭୟଙ୍କର ଦୁର୍ଘଟଣା
ରାଜସ୍ଥାନ ଯୋଧପୁର ପରେ ଜୟପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜୟପୁରର ହରମନ ଅଞ୍ଚଳରେ ଏକ ଅନିୟନ୍ତ୍ରିତ ଡମ୍ପର ୩୦ରୁ ୪୦ ଗାଡି ଉପରେ ଚଢିଯାଇଛି । ଫଳରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଆଗକୁ ଏହି ସଂଖ୍ୟା ବଢିପାରେ । ତେବେ ବ୍ରେକ ଫେଲ୍ ହୋଇଥିବାରୁ ଏଭଳି ଘଟଣା ଘଟିଛି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବ୍ରେକ ଫେଲ୍ ହେବା ପରେ ଡମ୍ପର ୪୦ରୁ ଅଧିକ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ଚିକିତ୍ସା ସ୍ଥାନୀୟ ହସପିଟାଲରେ ହେଉଛି । ଅନେକ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ତେଣୁ ମୃତକଙ୍କ ସଂଖ୍ୟା ଆଗକୁ ବଢିପାରେ । ସ୍ଥାନୀୟ ପ୍ରଶାସନ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।ଯେଉଁସବୁ ଗାଡ଼ିକ ଡମ୍ପର ଧକ୍କା ଦେଇଛି, ସେମାନଙ୍କ ମଧ୍ୟରେ ଅନେକ ଲୋକ ଚାପି ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ଏବଂ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି ।ସୂଚନାଯୋଗ୍ୟ, ରାଜସ୍ଥାନର ଯୋଧପୁରରେ ସୁରସାଗର ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ବିକାନେରର କୋଲାୟତ ଦର୍ଶନ ପାଇଁ ଯାଇଥିଲା । ଦର୍ଶନ ପରେ ଫେରିବା ବେଳେ ମତୋଡା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଫଳରେ ୧୫ ଜଣଙ୍କ ଜୀବନ ଚାଲିଯାଇଛି । ବସ୍ ରାସ୍ତାକଡ଼ରେ ଠିଆହୋଇ ଥିବା ଏକ ଟ୍ରେଲରରେ ଯାଇ ଧକ୍କା ହୋଇଥିଲା ।
