ବିହାରରେ ହାଇଆଲର୍ଟ

ନେପାଳ-ତିବ୍ବତରେ ପୁଣି ଭାଙ୍ଗିଲା ଆଉ ଏକ ଗ୍ଲେସିୟର ହ୍ରଦ

ନେପାଳ ଉପରେ ବିପଦ ବଢିବାରେ ଲାଗିଛି । ତିବ୍ବତ-ନେପାଳ ସୀମାରେ ଥିବା ଆଉ ଏକ ଗ୍ଲେସିୟର ହ୍ରଦ ଫାଟିଯିବା ପରେ ଭୟାବହ ବନ୍ୟାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ବିହାର ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗଣ୍ଡକ ଏବଂ କୋସୀ ବ୍ୟାରେଜ ସମେତ ଉତ୍ତର ବିହାରର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ୨୪ ଘଣ୍ଟା ତଦାରଖ କରାଯାଉଛି ।ନେପାଳରୁ ଆସୁଥିବା ପାଣି ଓ ମାଟିବାଲିକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗ ପକ୍ଷରୁ ମୁଖ୍ୟାଳୟ ଅଧିକାରୀ ଓ ଇଞ୍ଜିନିୟରଙ୍କ ସ୍ୱତନ୍ତ୍ର ଟିମ୍ ନିୟୋଜିତ କରାଯାଇଛି । ନେପାଳରୁ ଆସୁଥିବା ବନ୍ୟାଜଳ ଯେପରି ବିନା ଦ୍ବିଧାରେ ବାହାରିପାରିବ, ସେଥିପାଇଁ ଗଣ୍ଡକ ବ୍ୟାରେଜର ସମସ୍ତ ୩୬ଟି ଗେଟ୍ ଖୋଲାଯାଇଛି । ଅଧୀକ୍ଷଣ ଯନ୍ତ୍ରୀଙ୍କ ନେତୃତ୍ୱରେ ଏକ ଟେକ୍ନିକାଲ ଟିମ୍ ବ୍ୟାରେଜ ଉପରେ ନିରନ୍ତର ନଜର ରଖିଛି । ସାରଣ ତଟବନ୍ଧ ସମେତ ଅନ୍ୟ ସମ୍ବେଦନଶୀଳ ତଟବନ୍ଧଗୁଡ଼ିକରେ ମଧ୍ୟ ପାଟ୍ରୋଲିଂ ବଢ଼ାଯାଇଛି ।

Leave a Reply

Your email address will not be published. Required fields are marked *