ରାଧାପାଦ ଦର୍ଶନ ପାଇଁ ରାତି ୨ଟାରୁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ଭିଡ଼
ଆଜି ପବିତ୍ର ଅଁଳା ନବମୀ । ସାକ୍ଷୀଗୋପାଳରେ ଦୁର୍ଲଭ ରାଧାପାଦ ଦର୍ଶନ । ବର୍ଷକରେ ଥରେ ମା’ ରାଧାରାଣୀଙ୍କ ଶ୍ରୀପାଦ ଦର୍ଶନର ସୁଯୋଗ । ପୁରୀ ଜିଲ୍ଲା ସତ୍ୟବାଦୀର ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିରରେ ଅନୁଷ୍ଠିତ ହେଉଛି ଦୁର୍ଲଭ ରାଧାପାଦ ଦର୍ଶନ। କାଣିଆଁ କଛା ମାରି ମଠା ବସ୍ତ୍ର ପରିଧାନ କରିଛନ୍ତି ମା’ ରାଧାରାଣି । ନଟବର ବେଶରେ ସଜେଇ ହୋଇଛନ୍ତି ଶ୍ରୀ କୃଷ୍ଣ। ବର୍ଷକରେ ଥରେ ମା’ ରାଧାରାଣୀଙ୍କ ଶ୍ରୀପାଦ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଏଥିପାଇଁ ସାକ୍ଷୀଗୋପାଳରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ ।
